ନୂଆଦିଲ୍ଲୀ : ଜୁଲାଇ ୧ ଇଂଲଣ୍ଡ- ଭାରତ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚରେ ରୋହିତଙ୍କ ସ୍ଥାନରେ ଖେଳିବେ ମୟଙ୍କ ଅଗ୍ରୱାଲ । ଏନେଇ ବିସିସିଆଇ ସୂଚନା ଦେଇଛି । ରୋହିତ ଶର୍ମା ପଜିଟିଭ ହୋଇଥିଲେ । ଏହାପରେ ତାଙ୍କ ସ୍ଥାନରେ ମୟଙ୍କଙ୍କୁ ଟେଷ୍ଟ ଟିମରେ ସାମିଲ କରାଯାଇଥିବା ଆଜି ବିସିସିଆଇ ସୂଚନା ଦେଇଛନ୍ତି । ଟେଷ୍ଟ ଟିମରେ ଚୟନ ହେବା ପରେ ମୟଙ୍କ ମଧ୍ୟ ଲଣ୍ଡନ ଅଭିମୁଖେ ବାହାରି ସାରିଛନ୍ତି । ଇଂଲଣ୍ଡ ବିପକ୍ଷରେ ଏହି ଟେଷ୍ଟ ମ୍ୟାଚ ଖୁବ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଗତବର୍ଷ ଖେଳାଯାଇଥିବା ସିରିଜର ଶେଷ ମୁକାବିଲା । ରୋହିତ ନଖେଳିଲେ ନୂଆ ଯୋଡି ଓପନିଂ କରିବା ଦଳକୁ ବ୍ୟାକଫୁଟକୁ ଠେଲିପାରେ । ରୋହିତଙ୍କ ଅନଫିଟ ନେଇ ଭାରତୀୟ ଦଳର କିଏ ଅଧିନାୟକ ହେବ ବୋଲି ପ୍ରଶ୍ନ ଉଠିଛି । ଏପରି ସ୍ଥିତିରେ ଜସପ୍ରିତ ବୁମରାହଙ୍କୁ ଦଳ ଅଧିନାୟକ କରିପାରେ ।