ପୁଣି ଥରେ ପଡ଼ିଆକୁ ଫେରିବେ ମିତାଲି!

ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମିତାଲୀ ରାଜ ପୁଣି ଥରେ…

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମିତାଲୀ ରାଜ ପୁଣି ଥରେ ପଡ଼ିଆକୁ ଓହ୍ଲାଇ ପାରନ୍ତି । ନିକଟରେ କ୍ରିକେଟରୁ ସନ୍ୟାସ ନେଇଥିବା ମିତାଲୀ ଆଇସିସିର କ୍ରିକେଟ ପଡକାଷ୍ଟରେ ଏଭଳି ସଂକେତ ଦେଇଛନ୍ତି । ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ଇଶା ଗୁହା ଏବଂ ନ୍ୟୁଜିଲାଣ୍ଡର ଅଫ ସ୍ପିନର ଫ୍ରାନଙ୍କୀ ମାକେଙ୍କ ସହ ଆଇସିସିର ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ମିତାଲୀ ।

କାର୍ଯ୍ୟକ୍ରମରେ ମିତାଲୀ କହିଛନ୍ତି, ଯଦି ମହିଳା ଆଇପିଏଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ ତାଙ୍କୁ ସୁଯୋଗ ମିଳେ ତେବେ ପୁଣି ଥରେ ଖେଳିବା ଉପରେ ସେ ବିଚାର କରିବେ । କ୍ରିକେଟରୁ ଅବସର ନେଇସାରିଥିବା ମିତାଲୀ ରାଜ ମହିଳା ଆଇପିଏଲ ଖେଳିବା ପାଇଁ ଇଚ୍ଛୁକ କି ପ୍ରଶ୍ନର ଜବାବରେ, ସେହି ରାସ୍ତା ଖୋଲା ରଖିଥିବା ସେ କହିଛନ୍ତି । ମିତାଲୀ କହିଛନ୍ତି, ଏହା ଉପରେ କୌଣସି ନିଷ୍ପତ୍ତି ନେଇନାହିଁ । ମହିଳା ଆଇପିଏଲ ପାଇଁ ଆହୁରି କିଛି ମାସର ସମୟ ରହିଛି ।