କ୍ରିକେଟରୁ ସନ୍ୟାସ ଘୋଷଣା କଲେ ମିଷ୍ଟର ଆଇପିଏଲ

ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ରାଇନଙ୍କୁ ନିଜ ଟିମରେ ସାମିଲ କରିନଥିଲା…..

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସୁରେଶ ରାଇନା ସବୁ ଫର୍ମାଟର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ଏନେଇ ରାଇନା ନିଜେ ଟ୍ୱିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି । ଟ୍ୱିଟରରେ ଫ୍ୟାନ ତାଙ୍କ ଶାନଦାର କ୍ରିକେଟ କ୍ୟାରିୟରକୁ ନେଇ ଶୁଭକାମନା ଜଣାଇଛନ୍ତି । ଅନ୍ୟପଟେ ଚେନ୍ନାଇ ସୁପରକିଙ୍ଗସ ମଧ୍ୟ ଏହି ଧୁରନ୍ଧର ଖେଳାଳି ପାଇଁ ଏକ ଖାସ୍‌ ପୋଷ୍ଟ କରିଛି ।

ସୂଚନାଯୋଗ୍ୟ, ମିଷ୍ଟର ଆଇପିଏଲ ନାମରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ସୁରେଶ ରାଇନଙ୍କୁ ଏଥର କୌଣସି ଫ୍ରାଞ୍ଚାଇଜି କିଣି ନଥିଲା । ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ରାଇନଙ୍କୁ ନିଜ ଟିମରେ ସାମିଲ କରିନଥିଲା ।