୪୭ମ ଥର ରଣଜୀ ଟ୍ରଫି ଫାଇନାଲରେ ମୁମ୍ବାଇ

ମୁମ୍ବାଇ ଦଳ ରେକର୍ଡ ୪୭ତମ ଥର ରଣଜୀ ଟ୍ରଫିର ଫାଇନାଲରେ…

ବେଙ୍ଗାଲୁର : ମୁମ୍ବାଇ ଦଳ ରେକର୍ଡ ୪୭ତମ ଥର ରଣଜୀ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି । ଦଳ ସେମି ଫାଇନାଲରେ ଉତ୍ତର ପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଜୟ ହାସଲ କରିଛି । ପଡିଆ ଅଦା ଥିବାରୁ ମ୍ୟାଚର ପଞ୍ଚମ ତଥା ଶନିବାର ଅନ୍ତିମ ଦିନର ପ୍ରଥମ ସେସନ ଖେଳ ହୋଇ ପାରିନଥିଲା । ଦୁଇ ଦଳର ଅଧିନାୟକ ମ୍ୟାଚ ଡ୍ର ରଖିବା ନେଇ ସହମତି ହୋଇଥିଲେ । ସେହି ସମୟରେ ମୁମ୍ବାଇ ଦ୍ୱିତୀୟ ଇନିଂସରେ ୪ ୱିକେଟ ହରାଇ ୫୫୩ ରନ କରି ଇନିଂସ ଘୋଷଣା କରିଥିଲା । ମୁମ୍ବାଇ ପ୍ରଥମ ଇନିଂସରେ ୩୯୩ ରନ କରିଥିବା ବେଳେ ଉତ୍ତର ପ୍ରଦେଶ ୧୮୧ ରନରେ ଅଲଆଉଟ ହୋଇଥିଲା । ମୁମ୍ବାଇ ଜୁନ ୨୨ରେ ଖେଳାଯିବାକୁ ଥିବା ଫାଇନାଲରେ ମଧ୍ୟ ପ୍ରଦେଶକୁ ଭେଟିବ ।