ନାଗପୁର ଟେଷ୍ଟ: ଭାରତ ଅଷ୍ଟ୍ରେଲିଆଠାରୁ ୧୪୪ ରନ୍‌ ଆଗୁଆ

ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରିବା ପରେ ଜାଡେଜା ତାଙ୍କୁ ଆଲିଙ୍ଗନ କରି ବଧାଇ ଜଣାଇଥିଲେ…

ନାଗପୁର: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୭ ୱିକେଟ୍‌ ହରାଇ ୩୨୧ ରନ୍‌ କରିଛି । ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ ୧୪୪ ରନ୍‌ ଆଗୁଆ ରହିଛି । ରବିନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଅର୍ଦ୍ଧଶତକ କରି ଅପରାଜିତ ଅଛନ୍ତି । ଜାଡେଜା ଅର୍ଦ୍ଧଶତକ କରିବା ପରେ ପୁରୁଣା ଷ୍ଟାଇଲରେ ବ୍ୟାଟ୍‌କୁ ଖଣ୍ଡା ଭଳି ବୁଲାଇଥିଲେ । ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରିବା ପରେ ଜାଡେଜା ତାଙ୍କୁ ଆଲିଙ୍ଗନ କରି ବଧାଇ ଜଣାଇଥିଲେ । ଖେଳ ଶେଷ ବେଳକୁ ଜାଡେଜା ୬୬ ରନ୍‌ କରି ଅପରାଜିତ ଥିଲେ ।

ଆଜି ରବିଚନ୍ଦ୍ରନ୍‌ ଅଶ୍ୱିନ ମଧ୍ୟ ଭଲ ଖେଳିଛନ୍ତି । ପ୍ରଥମେ ପ୍ରଥମେ ଅଶ୍ୱିନଙ୍କୁ ସ୍ପିନ୍‌ ଖେଳିବାକୁ ଅସହଜ ଅନୁଭବ କରିଥିଲେ । ମାତ୍ର ବୋଲର ନାଥନ୍‌ ଲାୟନଙ୍କ ବଲରୁ ଚମକ୍ରାର ଛକ୍କା ସଂଗ୍ରହ କରିଥିଲେ । ଅଶ୍ୱିନଙ୍କ ଛକ୍କା ମ୍ୟାଚର ତୃତୀୟ ଛକା ଥିଲା । ରୋହିତ ଦୁଇଟି ଛକ୍କା ମାରିଛନ୍ତି । ଅଷ୍ଟ୍ରେଲିଆ ଦଳ ପ୍ରଥମ ଦିନରେ ସମସ୍ତ ୱିକେଟ୍‌ ହରାଇ ୧୭୭ ରନ୍‌ କରିଥିଲା । ଜବାବରେ ଭାରତ ଗୋଟିଏ ୱିକେଟ୍‌ ହରାଇ ୭୭ ରନ୍‌ କରିଥିଲା ।