ଟି-୨୦ ବିଶ୍ୱକପ ପାଇଁ ନିଜ ପସନ୍ଦର ଦଳ ଚୟନ କଲେ ନେହେରା

ହର୍ଷଲ ପଟେଲଙ୍କୁ ମଧ୍ୟ ଦଳରେ ସାମିଲ କରିଛନ୍ତି ଆଶୀଷ ନେହେରା…..

ନୂଆଦିଲ୍ଲୀ : ଆସନ୍ତା ବିଶ୍ୱକପ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବେଳେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବିଭିନ୍ନ ଦଳ । ଏହାରି ମଧ୍ୟରେ ନିଜ ପସନ୍ଦର ଦଳ ଚୟନ କରିଛନ୍ତି ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆଶୀଷ ନେହେରା । ନିଜ ପସନ୍ଦର ଭାରତୀୟ ଦଳରେ ରୋହିତ ଶର୍ମାଙ୍କୁ ଅଧିନାୟକ ଭାବେ ନେଇଛନ୍ତି ନେହେରା । ୱିକେଟ କିପର ବ୍ୟାଟର ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ତ ଉଭୟଙ୍କୁ ସାମିଲ କରିଛନ୍ତି ।

ଓପନିଂ ବ୍ୟାଟର ଭାବେ ରୋହିତ ଶର୍ମା ଏବଂ ଲୋକେସ ରାହୁଲଙ୍କୁ ନେଇଛନ୍ତି ନେହେରା । ସେହିଭଳି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଦୀପକ ହୁଡ୍ଡାଙ୍କୁ ମଧ୍ୟ ଦଳରେ ସେ ଚୟନ କରିଛନ୍ତି । ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଯୁଜବେନ୍ଦ୍ର ଚହଲଙ୍କୁ ନେଇଥିବା ବେଳେ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ନେଇଛନ୍ତି । ହର୍ଷଲ ପଟେଲଙ୍କୁ ମଧ୍ୟ ଦଳରେ ସାମିଲ କରିଛନ୍ତି ଆଶୀଷ ନେହେରା ।

ମହମ୍ମଦ ସାମୀଙ୍କୁ କିନ୍ତୁ ନିଜ ପସନ୍ଦର ଟିମରେ ନେଇନାହାନ୍ତି ଆଶୀଷ । ବିଶ୍ୱକପ ପାଇଁ ନେହେରାଙ୍କ ପସନ୍ଦର ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଲୋକେସ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଧିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଦିନେଶ କାର୍ତ୍ତିକ, ଜସପ୍ରୀତ ବୁମରାହ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର ଏବଂ ଦୀପକ ହୁଡ୍ଡା ।