ନ୍ୟୁଜିଲାଣ୍ଡ ଭାଙ୍ଗିଲା ବିଶ୍ୱ ରେକର୍ଡ
ଆୟରଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଗୋଟିଏ ୱିକେଟରେ ବିଜୟୀ ହୋଇଛି….
ନୂଆଦିଲ୍ଲୀ : ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ବିଜୟ ଲକ୍ଷ୍ୟକୁ ପିଛା କରି ଶେଷ ଓଭରରେ ସବୁଠୁ ଅଧିକ ରନ କରିବାର ବିଶ୍ୱ ରେକର୍ଡ ଏବେ ନ୍ୟୁଜିଲାଣ୍ଡ ନାମରେ ହୋଇ ଯାଇଛି । ଆୟରଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଗୋଟିଏ ୱିକେଟରେ ବିଜୟୀ ହୋଇଛି । ୪୯ ଓଭରରେ ନ୍ୟୁଜିଲାଣ୍ଡ ୩୦୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୮୧ ରନ ସୁଦ୍ଧା ୯ ୱିକେଟ ହରାଇ ସାରିଥିଲା । ଶେଷ ଓଭରରେ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଦରକାର ଥିଲା ୨୦ ରନ ।
କ୍ରିଜରେ ଥିଲେ ଲୋକି ଫର୍ଗ୍ୟୁସନ ଏବଂ ମାଇକେଲ ବ୍ରେସୱେଲ । ଆୟରଲାଣ୍ଡ ପକ୍ଷରୁ ଶେଷ ଓଭର ଦେଇଥିଲେ କ୍ରେଗ ୟଙ୍ଗ । ସାମ୍ନାରେ ୧୦୩ ରନ କରି ବ୍ୟାଟିଂ କରୁଥିଲେ ବ୍ରେସୱେଲ । ବ୍ରେସୱେଲ ପଞ୍ଚମ ବଲ ଭିତରେ ହିଁ ମ୍ୟାଚ ଶେଷ କରିଥିଲେ । ବ୍ରେସୱେଲ ପ୍ରଥମ ଦୁଇଟି ବଲ ଚୌକା ମାରିଥିଲେ । ପୁଣି ଛକା, ପରବର୍ତ୍ତୀ ବଲ ଚୌକା ଏବଂ ପୁଣି ଛକା ମାରି ନ୍ୟୁଜିଲାଣ୍ଡକୁ ଅବିଶ୍ୱସନୀୟ ବିଜୟ ଦେଇଥିଲେ ।