ବର୍ମିଂହାମ୍: ବିଶ୍ୱ ଟେଷ୍ଟ ଚାମ୍ପିଆନସିପ୍ ପୂର୍ବରୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ଶୀର୍ଷ ସ୍ଥାନ ଛଡ଼ାଇ ନେଇ ନ୍ୟୁଜିଲ୍ୟାଣ୍ଡକୁ ବଡ ସଫଳତା ମିଳିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ ଆଉ ମାତ୍ର ୪ ଦିନ ବାକି ରହିଲା। ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ବିଶ୍ୱ ଟେଷ୍ଟ ଚାମ୍ପିଆନସିପ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ସଫଳତା । ଦ୍ୱିତୀୟ ଟେଷ୍ଟରେ କିୱି ଦଳ ଇଂଲଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ଏଥିସହ ଘରୋଇ ଦଳ ବିପକ୍ଷ ଟେଷ୍ଟ ସିରିଜ୍କୁ ନ୍ୟୁଜିଲାଣ୍ଡ ୧-୦ରେ ଜିତି ନେଇଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ଟେଷ୍ଟ ମାନ୍ୟତାରେ ଶୀର୍ଷକୁ ଉଠିଛି । ଫାଇନାଲ୍ ମୁକାବିଲା ପୂର୍ବରୁ ନ୍ୟୁଜିଲାଣ୍ଡ ଲାଗି ଏହା ବହୁତ ବଡ ସଫଳତା । ଭାରତ ଓ କିୱି ଦଳ ମଧ୍ୟରେ ଆସନ୍ତା ୧୮ରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମୁକାବିଲା ଖେଳାଯିବ । ନ୍ୟୁଜିଲାଣ୍ଡ ସମ୍ମୁଖରେ ଦ୍ୱିତୀୟ ଇନିଂସରେ ୩୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ଜବାବରେ ନ୍ୟୁଜିଲାଣ୍ଡ ୧୦.୫ ଓଭରରେ ୨ ୱିକେଟ ହରାଇ ୪୧ ରନ କରି ବିଜୟ ହାସଲ କରି ନେଇଥିଲା । ଦୁଇ ଦଳ ମଧ୍ୟରେ ଲର୍ଡ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିଥିଲା । ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୧୨୨ ରନରେ ଅଲଆଉଟ୍ କରିଥିଲା ।ଏହା ପୂର୍ବରୁ ଭାରତୀୟ ଟିମ୍ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଥିଲା । କିନ୍ତୁ ଏବେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ଗାଦିଚ୍ୟୁତ କରିଦେଇଛି।