ଭେନ୍ୟୁରେ ବାରବାଟୀ ନା

ନୂଆଦିଲ୍ଲୀ : ଏଲଏଲସି କ୍ରିକେଟ ଲିଗର ଦ୍ୱିତୀୟ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ । ମୋଟ ୫ଟି ସହରରେ ଏହି ଲିଗ ଖେଳାଯିବ ବୋଲି ରିପୋର୍ଟରୁ ଜଣା ପଡ଼ିଛ । କୋଲକାତା, ଲକ୍ଷେ୍ନø ଦିଲ୍ଲୀ, ଯୋଧପୁର ଏବଂ କଟକ କିମ୍ବା ରାଜକୋଟ ଏହି ତାଲିକାରେ ରହିଛନ୍ତି ।

ଏ ପର୍ଯ୍ୟନ୍ତ ଏଲଏଲସି ପକ୍ଷରୁ ଏ ବିଷୟରେ ଅଫିସିଆଲ ଘୋଷଣା କରାଯାଇ ନାହିଁ । ମୋଟ ୫୩ ଜଣ ଖେଳାଳି ଏଲଏଲସିରେ ଖେଳିବା ନେଇ ସମ୍ମତି ପ୍ରକାଶ କରିଥିବା ଜାଣିବାକୁ ମିଳିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଦୀର୍ଘ ଦିନ ପରେ ପୁଣିଥରେ କ୍ରିକେଟ ମଇଦାନକୁ ଫେରିବେ । ଇୟନ ମୋର୍ଗାନ, ବୀରେନ୍ଦ୍ର ସେହ୍ୱାଗ, ମୁଥୟା ମୁରଲୀଦରନ, ମିଶବା-ଉଲ-ହକ, ଜଣ୍ଟି ରୋଡ, ମିଚେଲ ଜନସନ, ବ୍ରେଟ ଲି, ସେନ ୱାଟସନ, ଡେଲ ଷ୍ଟେନ ଓ ରୋସ ଟେଲର ଲିଗରେ ଖେଳିବେ ବୋଲି ଜଣା ପଡ଼ିଛି । ଏଲଏଲସି ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୮ରେ ଶେଷ ହେବ