ନୂଆଦିଲ୍ଲୀ: ବିରାଟ କୋହଲି ବର୍ତ୍ତମାନ ସମୟରେ ଖରାପ ଫର୍ମକୁ ନେଇ ସଂଘର୍ଷ କରୁଥିବା ବେଳେ ତାଙ୍କ ପ୍ରତି ସମର୍ଥନବ୍ୟକ୍ତ କରିଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା । ଏକ ଆଲୋଚନା କାଳରେ ରୋହିତ କହିଥିଲେ କୋହଲିଙ୍କ ଫର୍ମକୁ ନେଇ ବର୍ତ୍ତମାନ ଯେପରି ଚର୍ଚ୍ଚା ଚାଲିଛି ତାହା ତାଙ୍କୁ ଚକିତ କରୁଛି । କୋହଲିଙ୍କୁ ନେଇ ଅଧିକ ଚର୍ଚ୍ଚା ଅନାବଶ୍ୟକ । କେତେକ ମହଲରେ ଏପରି ଚର୍ଚ୍ଚା ହେବା କାରଣ ସେ ବୁଝି ପାରୁ ନାହାନ୍ତି । କୋହଲି ଜଣେ ବିଶ୍ୱସ୍ତରୀୟ ବ୍ୟାଟସମ୍ୟାନ ।
ସେ ନିଜ ବ୍ୟାଟିଂ ବଳରେ ଭାରତକୁ ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି । ତେଣୁ ତାଙ୍କ ବର୍ତ୍ତମାନ ଫର୍ମକୁ ନେଇ ଅନାବଶ୍ୟକ ଚର୍ଚ୍ଚା ଗ୍ରହଣୀୟ ନୁହେଁ । କୋହଲି ଖୁବଶୀଘ୍ର ଫର୍ମକୁ ଫେରିବେ ଏଥିରେ କୌଣସି ସନ୍ଦେହ ନାହିଁ । ଫର୍ମ ହରାଇବା ଓ ପୁନର୍ବାର ଫର୍ମକୁ ଫେରିବା ଜଣେ କ୍ରିକେଟଙ୍କ କ୍ଷେତ୍ରରେ ସ୍ୱାଭାବିକ । ଏହାକୁ ଦୃଷ୍ଟିରେ ରଖି ଫର୍ମକୁ ଫେରିବାକୁ କୋହଲିଙ୍କୁ ଅଧିକ ସମୟ ଦିଆଯିବାରେ କୌଣସି ଅସୁବିଧା ନାହିଁ ବୋଲି ରୋହିତ ସ୍ପଷ୍ଟ କରି ଦେଇଛନ୍ତି ।