ଥରେ ଦଳରୁ ବାଦ୍‌ ପଡିଲେ କୋହଲିଙ୍କୁ ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ ହୋଇଯିବ: ପଣ୍ଟିଂ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଟି-୨୦ ବିଶ୍ୱ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଟି-୨୦ ବିଶ୍ୱ କପ ଦଳରେ ସ୍ଥାନ ପାଇବେ କି ନାହିଁ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରିକି ପଣ୍ଟିଂ କୋହଲିଙ୍କ ଫର୍ମକୁ ନେଇ ରାୟ ଦେଇଛନ୍ତି । ପଣ୍ଟିଂ କୋହଲିଙ୍କ ଭବିଷ୍ୟତ କେମିତି ରହିବ ଏବଂ ଆଗାମୀ ଆଇସିସି ଟି-୨୦ ବିଶ୍ୱକପ ସମୟରେ ଭାରତର ବ୍ୟାଟିଂକ୍ରମ କେମିତି ରହିବା ସେ ବିଷୟରେ କହିଛନ୍ତି । କୋହଲି ପ୍ରାୟ ତିନି ବର୍ଷ ହେବ ଶତକ ହାସଲ କରିପାରି ନାହାନ୍ତି । ହେଲେ ପଣ୍ଟିଂଙ୍କ ମତରେ କୋହଲି ଏବେ ମଧ୍ୟ ଅନ୍ତର୍ଜାତୀୟସ୍ତରର ଖେଳାଳି ।

ସେ କହିଛନ୍ତି, ଯଦି ଟି-୨୦ ବିଶ୍ୱ କପରୁ କୋହଲିଙ୍କୁ ବାଦ ଦିଆଯାଏ ତେବେ ବ୍ୟାଟସମ୍ୟାନଙ୍କ ପାଇଁ ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ ହୋଇଯିବ । କୋହଲିଙ୍କ ଭିତରେ ଏବେ ମଧ୍ୟ ଖେଳରେ ନିଜର ସ୍ୱତନ୍ତ୍ର ଛାପ ଛାଡିବାର ସାମର୍ଥ୍ୟ ରହିଛି । ବର୍ତ୍ତମାନର ଫର୍ମକୁ ନେଇ ତାଙ୍କ ଆଗରେ କିଛି ଚ୍ୟାଲେଞ୍ଜ ରହିଛି । ସଂପ୍ରତି ନିଜର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ହେଲେ ମହାନ ଖେଳାଳି ହିସାବରେ ସେ ବ୍ୟାଟସମ୍ୟାନ ହୁଅନ୍ତୁ କି ବୋଲର ଏମିତି ସମୟ ଦେଇ ଗତି କରିଥାନ୍ତି ବୋଲି ରିକି ପଣ୍ଟିଂ କହିଛନ୍ତି । ପଣ୍ଟିଂ ପରାମର୍ଶ ଦେଇଛନ୍ତି ଯେ, ଟି-୨୦ ବିଶ୍ୱ କପ ପର୍ଯ୍ୟନ୍ତ କୋହଲିଙ୍କ ସହିତ ଚୟନକର୍ତ୍ତା ରହିବା ଉଚିତ । ଆଶା କରୁଛି ଟୁର୍ଣ୍ଣାମେଣ୍ଟର କୋହଲି ନିଜର ସର୍ବଶ୍ରେଷ୍ଠ ଫର୍ମ ଦେଖାଇବେ ବୋଲି ପଣ୍ଟିଂ କହିଛନ୍ତି ।