ବିରାଟଙ୍କୁ ଟପିଲେ ପାକିସ୍ତାନ କ୍ରିକେଟର ବାବର
ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆର ପ୍ରଥମ ମ୍ୟାଚରେ ବାବର ୧୦୩ରନ କରିଥିଲେ…
ନୂଆଦିଲ୍ଲୀ : ପାକିସ୍ତାନର ଷ୍ଟାର ବ୍ୟାଟର୍ ବାବର ଆଜମ ଦିନିକିଆ କ୍ରିକେଟରେ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହାସହ ସେ ଭାରତୀୟ ଦଳର ଷ୍ଟାର୍ ପ୍ଲେୟାର ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଅଧିନାୟକ ଭାବେ ଦିନିକିଆରେ ଏକ ହଜାର ରନ ପୂରଣ କରିବାରେ ଦ୍ରୁତ ବ୍ୟାଟର ହୋଇଯାଇଛନ୍ତି ବାବର ଆଜମ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆର ପ୍ରଥମ ମ୍ୟାଚରେ ବାବର ୧୦୩ରନ କରିଥିଲେ । ଏହି ସ୍କୋର ସହ ସେ ସେ ଏହି ରେକର୍ଡ ହାସଲ କରିଛନ୍ତି । ସେ ମାତ୍ର ୧୩ଟି ଇନିଂସରୁ ଏକ ହଜାର ରନ ପୂରଣ କରିଛନ୍ତି । ଯାହା ଏକ ବଡ ରେକର୍ଡ ।
ତେବେ କୋହଲି ୧୭ଟି ଇନିଂସ ଖେଳି ଏକ ହଜାର ରନ ପୂରଣ କରିଥିଲେ । ସେହିପରି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ୧୮ଟି ଇନିଂସ ଏବଂ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ୨୦ ଇନିଂସରୁ ଦ୍ରୁତ ୧ ହଜାର ରନ ପୂରଣ କରିଥିଲେ । ଅନ୍ୟପକ୍ଷରେ ଲଗାତାର ତିନିଟି ମ୍ୟାଚରୁ ୩ଟି ଶତକ ହାସଲ କରିବାରେ ଏକମାତ୍ର ବ୍ୟାଟର ହୋଇଯାଇଛନ୍ତି ଏହି ପାକିସ୍ତାନୀ ଷ୍ଟାର ବ୍ୟାଟର ।