ମୁମ୍ବାଇ: ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ୧୦୦ ଛକା ମାରିବାରେ ଦ୍ରୁତତମ ଭାରତୀୟ ହୋଇଛନ୍ତି । ମୁମ୍ବାଇସ୍ଥିତ ଡିୱାଇ ପାଟିଲ ସ୍ପୋର୍ଟସ ଏକାଡେମିରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି । ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ୧୦୦ ଆଇପିଏଲ ଛକା ମାରିବାରେ ଦ୍ରୁତତମ ଭାରତୀୟ ହୋଇଥିଲା ବେଳେ ବିଶ୍ୱର ତୃତୀୟ ଦ୍ରୁତତମ ବ୍ୟାଟର ହୋଇଛନ୍ତି । ତାଙ୍କ ପୂର୍ବରୁ ଆନ୍ଦ୍ରେ ରସେଲ ଏବଂ କ୍ରିସ ଗେଲ ଦ୍ରୁତତମ ୧୦୦ ଛକା କ୍ଲବ୍ର ସାମିଲ ହୋଇଛନ୍ତି ।