ବିରୋଧୀ ଦଳର ଖେଳାଳିଙ୍କୁ ବ୍ୟାଟ ଉପହାର ଦେଲେ ପାଣ୍ଡ୍ୟା
ଆର୍ୟଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳ ପ୍ରଥମ ମ୍ୟାଚ ଜିତି…
ନୂଆଦିଲ୍ଲୀ : ଆର୍ୟଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳ ପ୍ରଥମ ମ୍ୟାଚ ଜିତି ଅଗ୍ରଣୀ ହାସଲ କରିଛି । ତେବେ ଏହି ଯୁବ ଦଳର ନେତୃତବ ନେଉଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଅଧିନାୟକ ଭାର କାନ୍ଧକୁ ନେଉ ନେଉ ସେ ପ୍ରଥମ ମ୍ୟାଚରେ ହିଁ ସମସ୍ତଙ୍କ ମନ କିଣି ନେଇଛନ୍ତି । ମ୍ୟାଚରେ ଦମଦାର ବିଜୟ ଦେବା ବ୍ୟତୀତ ଅନ୍ୟ ଏକ କାରଣ ତାଙ୍କୁ ଚର୍ଚ୍ଚାରେ ରଖିଛି । ଆୟରଲାଣ୍ଡ ଷ୍ଟାର ବ୍ୟାଟ୍ସମ୍ୟାନ ହୈରୀ ଟେକ୍ଟରଙ୍କୁ ଖୁବ ପ୍ରଶଂସା କରିବା ସହ ତାଙ୍କୁ ଆଇପିଏଲରେ ଦେଖିବା ପାଇଁ ଚାହୁଁଛନ୍ତି ବୋଲି ପାଣ୍ଡ୍ୟା କହିଛନ୍ତି ।
୩୩ ବଲରେ ୬୪ ରନ କରି ଅପରାଜିତ ଥିବା ଏହି ବ୍ୟାଟ୍ସମ୍ୟାନଙ୍କ ଶୈଳୀରେ ପିଦା ହୋଇଛନ୍ତି ହାର୍ଦ୍ଦିକ । ତାଙ୍କର ଏହି ପାଳି ଫଳରେ ଆୟରଲାଣ୍ଡ ୧୨ ଓଭରରେ ୧୦୮ ରନ କରିବାରେ ସକ୍ଷମ ହୋଇପାରିଥିଲା । ଟେକ୍ଟରଙ୍କର ଏହି ପାଳି ପାଇଁ ହର୍ଦ୍ଦିକ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଏଥିସହ ତାଙ୍କୁ ଏକ ବ୍ୟାଟ ମଧ୍ୟ ଉପହାରରେ ଦେଇଛନ୍ତି ପାଣ୍ଡ୍ୟା । ଏହାଦ୍ୱାରା ସେ ବଡ ବଡ ଶଟ ଖେଳନ୍ତୁ ବୋଲି ଜଣାଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ହାର୍ଦ୍ଦିକ ।