ନେଟସରେ ପାଣ୍ଡ୍ୟାଙ୍କ ଦମଦାର ବୋଲିଂ

ଦୁବାଇ : ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନେଟସରେ ଦମଦାର ବୋଲିଂ କରୁଥିବା ଦେଖିବାକୁ ମିଳିଛି । ନେଟସ୍‌ରେ ଝାଳ ବୁହା ପରିଶ୍ରମ କରିଛନ୍ତି ପାଣ୍ଡ୍ୟା । ବୋଲିଂ କରିବା ସମୟରେ ସେ ବେଶ ଆକ୍ରମଣାତ୍ମକ ଜଣାପଡୁଥିଲେ । ସୂଚନାଯୋଗ୍ୟ, ଅଣ୍ଟାରେ ଆହତ ଜନୀତ ସମସ୍ୟା କାରଣରୁ କିଛି ଦିନ ହେଲା ବୋଲିଂ କରୁନାହାନ୍ତି ପାଣ୍ଡ୍ୟା । ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ମଧ୍ୟ ସେ ବୋଲିଂ କରିନଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ବୋଲିଂ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।