ଟି-୨୦ ବିଶ୍ୱକପରେ ପନ୍ତ କରିବେ ଓପନିଂ! ରୋହିତ ଆସିବେ ୪ ନମ୍ବରରେ

ପୂର୍ବତନ ଭାରତୀୟ ଓପନର ୱାସିମ ଜାଫର ଏହି ମତ ଦେଇଛନ୍ତି……

ନୂଆଦିଲ୍ଲୀ : ଟି-୨୦ରେ ଟିମ ଇଣ୍ଡିଆ ପାଇଁ ୱିକେଟ କିପର ଋଷଭ ପନ୍ତ ଓପନିଂ କରିବା ଉଚିତ୍‌ । ତା’ହେଲେ ସେ ତାଙ୍କ ଦକ୍ଷତାକୁ ଠିକ ଭାବେ ଉପଯୋଗ କରିପାରିବେ ଓ ଦଳ ପାଇଁ ରନ ସଂଗ୍ରହ କରିପାରିବେ । ପୂର୍ବତନ ଭାରତୀୟ ଓପନର ୱାସିମ ଜାଫର ଏହି ମତ ଦେଇଛନ୍ତି । ଜାଫର କହିଛନ୍ତି, ସୀମିତ ଓଭରରେ ରୋହିତ ଶର୍ମା ସେତେବେଳେ ଭଲ ପ୍ରଦର୍ଶନ କଲେ ଯେତେବେଳେ ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ଓପନିଂ କରିବାକୁ ଛାଡ଼ିଥିଲେ । ଏହା ପରେ ରୋହିତଙ୍କ କ୍ୟାରିୟର ବଦଳିଗଲା ।

ଜାଫର କହିଛନ୍ତି ଯେ ଏବେ ନିଷ୍ପତ୍ତି ନେବାର ପାଳି ରୋହିତ ଶର୍ମାଙ୍କର । ସେ ପନ୍ତଙ୍କୁ ଟି-ଟି-୨୦ରେ ଓପନିଂ କରିବାକୁ ଛାଡ଼ିବା ଉଚିତ । ରୋହିତ ୪ ନମ୍ବରେ ବ୍ୟାଟିଂ କରନ୍ତୁ ଓ ଦଳକୁ ଭଲ ରସ୍କାର ଦିଅନ୍ତୁ । ସୂଚନାଯୋଗ୍ୟ, ଟି-୨୦ରେ ଋଷଭ ପନ୍ତଙ୍କ ପ୍ରଦର୍ଶନ ପ୍ରଶଂସନୀୟ ହୋଇପାରିନାହିଁ । ସେ ୫୮ଟି ଟି-୨୦ ମ୍ୟାଚ ଖେଳିଥିବା ବେଳେ ଏଥିରୁ ମାତ୍ର ୯୩୪ ରନ୍‌ ସଂଗ୍ରହ କରିଛନ୍ତି ।