ଭାରତର ବୋଲିଂ ସିଲେକ୍ସନଙ୍କୁ ନେଇ ଉଠିଲା ପ୍ରଶ୍ନ

ଦୁବାଇରେ ସ୍ପିନରଙ୍କ ଅପେକ୍ଷା ଦ୍ରୁତ ବୋଲରଙ୍କ ଭୂମିକା ଅଧିକ ରହିଥାଏ….

ନୂଆଦିଲ୍ଲୀ : ଏସିଆ କପ ପାଇଁ ଭାରତୀୟ ଦଳ ୧୫ ସଦସ୍ୟ ବିଶିଷ୍ଟ ଦଳରେ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଉପ ଅଧିନାୟକ କେଏଲ ରାହୁଲ ସ୍ଥାନ ପାଇଛନ୍ତ । ତେବେ ଦ୍ରୁତ ବୋଲର ଜସପ୍ରିତ ବୁମରାହ ଓ ହର୍ଷଲ ପଟେଲ ଆହତଜନିତ କାରଣରୁ ବାଦ୍‌ ପଡିଛନ୍ତି । ବୁମରାହଙ୍କ ବାଦ ପଡିବା ଦଳ ପାଇଁ ଏକ ବଡ ଝଟକା । କାରଣ ସେ ବୋଲିଂ ବିଭାଗ ସମ୍ଭାଳିଥାନ୍ତି । ଭାରତ ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଅଭେଶ ଖାନ ଓ ଅର୍ଶୀଦୀପ ସିଂଙ୍କୁ ସାମିଲ କରିଛି । ଯାହା ଚକିତ କଲା ଭଳି ନିଷ୍ପତ୍ତି ଅଟେ । ଯଦି ତିନି ଜଣଙ୍କ ମଧ୍ୟରୁ ଜଣେ ଆହତ ହୁଅନ୍ତି ତାହାଲେ ଚିନ୍ତା ବଢିଯିବ ।

ଅଭେଶକୁ ସ୍ଥାନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ସେ ଭଲ ପ୍ରଦର୍ଶନ କରିପାରୁ ନାହାଁନ୍ତି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା କହିଛନ୍ତି ଯେ, ଦଳରେ କେବଳ ତିନି ପେସର ରହିଛନ୍ତି । ଦୁବାଇରେ ସ୍ପିନରଙ୍କ ଅପେକ୍ଷା ଦ୍ରୁତ ବୋଲରଙ୍କ ଭୂମିକା ଅଧିକ ରହିଥାଏ । ଭାରତ ଏସିଆ କପରେ ନିଜର ସମସ୍ତ ମୁକାବିଲା ଦୁବାଇରେ ଖେଳିବ । ଏଠାରେ ପୂର୍ବରୁ ସ୍ପିନରଙ୍କୁ ସାହାଯ୍ୟ ମିଳୁଥିଲା । କିନ୍ତୁ ଏବେ ଟ୍ରେଣ୍ଡ ବଦଳିଛି । ପେସ ବୋଲରଙ୍କୁ ବେଶି ସଫଳତା ମିଳୁଛି ।