ରାହୁଲ ଓ ରୋହିତ ଟିମକୁ ଶିଖରରେ ପହଁଚାଇବେ: ଶାସ୍ତ୍ରୀ

ରାହୁଲ ଓ ରୋହିତ ଶର୍ମାଙ୍କ ଯୋଡି ବିଶ୍ୱକପରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି…

ନୂଆଦିଲ୍ଲୀ : ଭାରତୀୟ ଦଳର କୋଚ ଦାୟିତ୍ୱ ଏବେ ରାହୁଲ ଦ୍ରାବିଡଙ୍କ ହାତରେ । ରାହୁଲ ଦାୟିତ୍ୱ ନେଲା ପରେ ଦଳରେ ଅନେକ ପରିବର୍ତ୍ତନ ହୋଇଛି । ଏହାମଧ୍ୟରେ ପୂର୍ବତନ କୋଚ ରବି ଶାସ୍ତ୍ରୀ ନୂଆ କୋଚଙ୍କ କାର୍ଯ୍ୟକାଳକୁ ନେଇ ବଡ ପ୍ରତିକ୍ରିୟା ରଖିଛନ୍ତି । ଶାସ୍ତ୍ରୀ କହିଛନ୍ତି, ରାହୁଲ ନିଜ କାର୍ଯ୍ୟକାଳରେ ଦଳକୁ ନୂଆ ଶିଖରରେ ପହଁଚାଇବେ । ରାହୁଲ ଓ ରୋହିତ ଶର୍ମାଙ୍କ ଯୋଡି ବିଶ୍ୱକପରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ତାଙ୍କ ପରେ ରାହୁଲଙ୍କଠୁ ଆଉ କେହି ଭଲ କୋଚ ହୋଇ ନପାରନ୍ତି । ତାଙ୍କୁ ଭୁଲରେ ଏକି ଦାୟିତ୍ୱ ମିଳିଯାଇଥିଲା ବୋଲି ସେ ମଜାରେ କହିଛନ୍ତି । ସେ କମେଣ୍ଟ୍ରି ବକ୍ସରେ ଠିକ ଥିଲେ । ହେଲେ ଦ୍ରାବିଡ ଏକ ପ୍ରକ୍ରିୟାରେ କୋଚ ହୋଇଛନ୍ତି । ସେ ଦୀର୍ଘ ଦିନ ଧରି ଅଣ୍ଡର-୧୯ ଦଳର କୋଚ ରହିଥିଲେ ।