ରାହୁଲ ବାଦ୍‌: ଅଧିନାୟକ ଭାର ସମ୍ଭାଳିବେ ରିଷଭ

ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ କ୍ୟାପଟେନ ରୂପେ ନିଯୁକ୍ତ କରାଯାଇଛି…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୋଧରେ ଜୁନ୍‌ ୯ରୁ ଆରମ୍ଭ ହେଉଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ପୂର୍ବରୁ ଭାରତକୁ ଝଟକା ଲାଗିଛି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଅଧିନାୟକ ନିଯୁକ୍ତ ହୋଇଥିବା କେଏଲ ରାହୁଲ ଆହତ ହୋଇଛନ୍ତି । ଆହତ କାରଣରୁ ସେ ପୁରା ସିରିଜରୁ ବାଦ ପଡିଛନ୍ତି । ସେଥିପାଇଁ ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ କ୍ୟାପଟେନ ରୂପେ ନିଯୁକ୍ତ କରାଯାଇଛି । ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ରୂପେ ନିଯୁକ୍ତ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, କଟକରେ ଜୁନ୍‌ ୧୨ରେ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ ।