ନୂଆଦିଲ୍ଲୀ : ବିସିସିଆଇ ଆୟାରଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଦଳରେ ପ୍ରଥମ ଥର ରାହୁଲ ତ୍ରିପାଠୀଙ୍କୁ ସ୍ଥାନ ମିଳିଛି । ରାହୁଲ ନିକଟରେ ଆଇପିଏଲ-୧୫ରେ ଦମଦାର ପ୍ରଦର୍ଶନ କରିଥିଲେ । ଭାରତୀୟ ଦଳ ଆୟାରଲ୍ୟାଣ୍ଡ ବିପକ୍ଷରେ ଦୁଇଟି ଟି୨-୦ ସିରିଜ ଖେଳିବ । ତେବେ ଦଳରେ ପ୍ରଥମ ଥର ସାମିଲ ହେଲା ପରେ ଖୁସି ପ୍ରକାଶ କରିଛନ୍ତି ରାହୁଲ । ରାହୁଲ ତ୍ରିପାଠୀ ଆଇପିଏଲ ଇତିହାସରେ ଅନକ୍ୟାପ୍ ଖେଳାଳି ଭାବେ ସବୁଠୁ ଅଧକ ରନ କରିଛନ୍ତି । ତେବେ ଦଳରେ ସ୍ଥାନ ପାଇବା ପରେ ରାହୁଲ କହିଛନ୍ତି ଯେ, ଏହା ତାଙ୍କ ପାଇଁ ବହୁତ ବଡ ସୁଯୋଗ । ସ୍ୱପ୍ନ ସତ ହେବାକୁ ଯାଉଛି । ଚୟନକର୍ତ୍ତା ତାଙ୍କ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ପରିଶ୍ରମର ଫଳ ମିଳିଛି । ଯଦି ଖେଳିବାକୁ ସୁଯୋଗ ମିଳେ ତେବେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।