ସର୍ଜରୀ ପରେ ବ୍ୟାଟିଂ କରୁଥିବାର ନଜର ଆସିଲେ ରାହୁଲ

ଏହା ବ୍ୟତୀତ ତାଙ୍କ ଗର୍ଲଫ୍ରେଣ୍ଡ ଆଥିଆ ଶେଟ୍ଟୀ ମଧ୍ୟ ତାଙ୍କ ସହିତ ଜର୍ମାନୀ ଯାଇଛନ୍ତି….

ନୂଆଦିଲ୍ଲୀ : ଟିମ ଇଣ୍ଡିଆର କ୍ରିକେଟର କେ.ଏଲ ରାହୁଲ ଆହତ ହେବା କାରଣରୁ କ୍ରିକେଟ ଠାରୁ ଦୂରେଇ ଯାଇଛନ୍ତି । ତାଙ୍କର ଅପରେସନ ପାଇଁ ସେ ଜର୍ମାନୀ ଯାଇଥିଲେ । ଅପରେସନ ପରେ ରାହୁଲ ପୁଣି ଥରେ ମଇଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଛନ୍ତି । ଯେଉଁଥିରେ ରାହୁଲ ଜିମ ଭିତରେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି । ଏହା ବ୍ୟତୀତ ତାଙ୍କ ଗର୍ଲଫ୍ରେଣ୍ଡ ଆଥିଆ ଶେଟ୍ଟୀ ମଧ୍ୟ ତାଙ୍କ ସହିତ ଜର୍ମାନୀ ଯାଇଛନ୍ତି ।