ଟି-୨୦ ସିରିଜରୁ ବାଦ୍‌ ପଡିବେ ରାହୁଲ!

ଏହି ସିରିଜ୍‌ ରାହୁଲ ଖେଳିବେ କି ନାହ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ….

ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଆସନ୍ତା ୨୯ରୁ ଆରମ୍ଭ ହେବ । ଦିନିକିଆ ସିରିଜରୁ ବିଶ୍ରାମ ନେଇଥିବା ରୋହିତ ଶର୍ମା, ଋଷଭ ପନ୍ତଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ହେଲେ ଏହି ସିରିଜରୁ କେଏଲ ରାହୁଲ ବାଦ୍‌ ପଡିବା ନିଶ୍ଚିତ ଲାଗୁଛି । ସର୍ଜରୀ ସରିବା ପରେ କ୍ରିକେଟ୍‌ ଏକାଡେମୀରେ ରହିବା ପରେ କୁହାଯାଉଥିଲା ରାହୁଲ ଦଳକୁ ଫେରିବେ । ହେଲେ କରୋନା ହେବା ପରେ ଦଳରେ ଯୋଗ ଦେଇ ପାରି ନାହାନ୍ତି । ଏହି ସିରିଜ୍‌ ରାହୁଲ ଖେଳିବେ କି ନାହ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ରିପୋର୍ଟ ଅନୁଯାୟୀ, ରାହୁଲ ଟି-୨୦ ସିରିଜରୁ ବାଦ୍‌ ପଡିବା ନିଶ୍ଚିତ । ହେଲେ ବିସିସିଆଇ ଏ ପର୍ଯ୍ୟନ୍ତ ତାଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରି ନାହିଁ ।