ସଫଳତାର ସହ ଶେଷ ହେଲା ରାହୁଲଙ୍କ ସର୍ଜରୀ

ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେବା ସହିତ ସୁସ୍ଥ ହେଉଥିବା କହିଛନ୍ତି ରାହୁଲ…

ନୂଆଦିଲ୍ଲୀ : ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେସ ରାହୁଲ ଆହତ କାରଣରୁ ଗତ କିଛି ଦିନ ହେଲା ଚିକିତ୍ସିତ ହେଉଛନ୍ତି । ରାହୁଲଙ୍କର ଏବେ ଜର୍ମାନୀରେ ଚିକିତ୍ସା ଜାରି ରହିଛି । ଜର୍ମାନୀରେ ରାହୁଲଙ୍କ ଗଳା ସର୍ଜରୀ ସଫଳତାର ସହ ଶେଷ ହୋଇଥିବା ସୂଚନା ମିଳିଛି । ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେବା ସହିତ ସୁସ୍ଥ ହେଉଥିବା କହିଛନ୍ତି ରାହୁଲ । ରାହୁଲଙ୍କ ଅସୁସ୍ଥତା କାରଣରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ଜଣେ ପ୍ରମୁଖ ଓପନରଙ୍କ ଅଭାବ ଅନୁଭବ ହେଉଛି ।