ଚେନ୍ନଇକୁ ହରାଇଲା ରାଜସ୍ଥାନ ରୟାଲ୍ସ

ଜୟପୁର : ଚେନ୍ନଇ ସୁପର କିଙ୍ଗ୍‌ସ ସିଏସ୍‌କେ କୁ ୩୨ ରନ୍‌ରେ ରାଜସ୍ଥାନ ପରାସ୍ତ କରିଛି। ଯଶସ୍ବୀ ଜୟସୱାଲଙ୍କ ଅର୍ଦ୍ଧଶତକ ସହ ଧ୍ରୁବ ଜୁରେଲ ଓ ଦେବଦତ୍ତ ପାଡିକଲଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୫ ୱିକେଟରେ ୨୦୨ ରନ୍‌ର ବଡ଼ ସ୍କୋର୍ କରିଥିଲା।

ଶିବମ୍ ଦୁବେଙ୍କ ଅର୍ଦ୍ଧଶତକ ସତ୍ତ୍ବେ ସ୍ପିନର ୫ଟି ୱିକେଟ ନେବାରୁ ସିଏସ୍‌କେ ୬ ୱିକେଟରେ ୧୭୦ ରନ୍‌ କରିଥିଲା। ୮ମ ମ୍ୟାଚ୍‌ରେ ୫ମ ବିଜୟ ପରେ ରାଜସ୍ଥାନ ପୁଣି ଟେବୁଲ ଶୀର୍ଷକୁ ଫେରିଛି। ୮ମ ମ୍ୟାଚ୍‌ରେ ସିଏସ୍‌କେ ୩ୟ ପରାଜୟ ଭୋଗି ୩ୟ ସ୍ଥାନକୁ ଖସିଆସିଛି।