ପାକ୍ କ୍ରିକେଟର ହାରିସ୍ ରୌଫ ଓ ସାହିନ ଆଫ୍ରିଦି ସମାଲୋଚିତ

ପାକ୍ କ୍ରିକେଟର ହାରିସ ରୌଫ ଓ ସାହିନ ଆଫ୍ରିଦି ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି ।

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆ କପ୍ ୨୦୨୫ ଫାଇନାଲ ଅନୁଷ୍ଠିତ ପୂର୍ବରୁ ମଇଦାନରେ ଉଭୟ ଭାରତ ଓ ପାକିସ୍ତାନ ଟିମ ଛିଡ଼ା ହୋଇ ଉଭୟ ଦେଶର ଜାତୀୟ ସଂଗୀତକୁ ସମ୍ମାନ ଜଣାଇବା ଆଦୌ ମାମୁଲି ନୁହେଁ ।

ଏହି ସମ୍ମାନବୋଧ ଭିତରେ ଲୁଚି ରହିଛି ଉଭୟ ଦେଶ ମନରେ ଉଭୟ ଦେଶ ପ୍ରତି ରହିଥିବା ଅତୁଟ ବନ୍ଧନର ।

ଭାରତର କ୍ରିକେଟରମାନେ ପାକିସ୍ତାନର ଜାତୀୟ ସଂଗୀତକୁ ସମ୍ମାନ ଜଣାଇ ଚୁପଚାପ୍ ଠିଆ ହୋଇଥିଲେ । କିନ୍ତୁ ଭାରତର ଜାତୀୟ ସଂଗୀତ ଗାନ ସମୟରେ ପାକିସ୍ତାନ କ୍ରିକେଟର ହାରିସ ରୌଫ ଓ ସାହିନ ଆଫ୍ରିଦି ପରସ୍ପର କଥା ହେଉଥିଲେ ।

ଏହି ଦୃଶ୍ୟକୁ ଟିଭି ସାମ୍ନାରେ ବସିଥିବା କ୍ରିକେଟ୍ ପ୍ରେମୀ ଭଲ ଭାବରେ ଦେଖିଛନ୍ତି । ଷ୍ଟାଡିୟମରେ ବସିଥିବା ପ୍ରତ୍ୟେକ ଦର୍ଶକ ଦେଖିଛନ୍ତି ।

ରୌଫ ଓ ଆଫ୍ରିଦିଙ୍କର କଥା ହେଉଥିବାର ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରି ଲୋକମାନେ  ଉଭୟ ଖେଳାଳିଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି ।