କମେଣ୍ଟ୍ରି ବକ୍ସକୁ ଫେରିପାରନ୍ତି ରବି ଶାସ୍ତ୍ରୀ!

ଦୁବାଇ: ପୁଣି ଥରେ କମେଣ୍ଟ୍ରିକୁ ବକ୍ସକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ । ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି । ପୂର୍ବରୁ ଶାସ୍ତ୍ରୀ ଭାଷ୍ୟକାର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ କାର୍ଯ୍ୟକାଳ ନାମିବିୟା ବିପକ୍ଷ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ସହ ଶେଷ ହୋଇଛି । ଏହି ମ୍ୟାଚ୍‌ ପରେ ସାମ୍ବାଦିକଙ୍କ ସହ ଆଲୋଚନା କରି ଶାସ୍ତ୍ରୀ ଭବିଷ୍ୟତ ଯୋଜନା ବିଷୟରେ କହିଥିଲେ ।