ରୋହିତ ବିଦା ଗିଲ ନୂଆ କ୍ୟାପଟେନ

ରୋହିତଙ୍କୁ ବିଦା କଳା ବିସିସିଆଇ

ଗିଲ ହେଲେ ଟିମ୍ ଇଣ୍ଡିଆର ନୂଆ ଓଡ଼ିଆଇ କ୍ୟାପଟେନ

ଶ୍ରେୟସଙ୍କୁ ମିଳିଲା ଉପ ଅଧିନାୟକ ଦାୟିତ୍ଵ

ରୋହିତ ଶର୍ମାଙ୍କ ଅଧିନାୟକତ୍ବ ଯୁଗ ଶେଷ। ଶୁବମନ୍ ଗିଲ ନେବେ ଦିନିକିଆ ଟିମ୍‌ର ନେତୃତ୍ବ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହୋଇଛି ଭାରତୀୟ କ୍ରିକେଟ୍ ଦଳ। ଏହି ସିରିଜରେ ଶୁବମନ ଗିଲଙ୍କୁ ଅଧିନାୟକ ଭାର ଦିଆଯାଇଛି ।

ଆଗରକରଙ୍କ ନେତୃତ୍ୱାଧୀନ ବିସିସିଆଇ ଘୋଷଣା କରିଛି ଟିମ୍। ଘରୋଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ସମାପ୍ତ ହେବା ପରେ, ଭାରତୀୟ ଦଳ ଅଷ୍ଟ୍ରେଲିଆ ଯାତ୍ରା କରିବ

।  ଯେଉଁଠାରେ ସେମାନେ 3ଟି ଏକଦିବସୀୟ ଏବଂ ପାଞ୍ଚଟି ଟି-20 ଖେଳିବେ ଟିମ୍ ଇଣ୍ଡିଆ। BCCI ଏହି ଗସ୍ତ ପାଇଁ ଭାରତୀୟ ଦଳର ଦଳ ଘୋଷଣା କରିଛି । ଶୁଭମନ ଗିଲ ଦିନିକିଆ ସିରିଜ ପାଇଁ ଅଧିନାୟକ ହେବେ। ସେହିପରି ଶ୍ରେୟସ ଆୟାର ଙ୍କୁ ଉପ ଅଧିନାୟକ କରିଛି ଟିମ୍ ।

ଭାରତୀୟ ଦଳ ଏହି ଗସ୍ତରେ 19 ଅକ୍ଟୋବର ରେ ଖେଳିବା ପ୍ରଥମ ODI ମ୍ୟାଚ୍। ଟିମ୍ ଇଣ୍ଡିଆ ଏହି ବର୍ଷ ଆରମ୍ଭରେ ଶେଷ ଥର ପାଇଁ ODI ଖେଳିଥିଲା । ଯେତେବେଳେ ସେମାନେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ। ରୋହିତ ଶର୍ମା ଏହି ଟୁର୍ଣ୍ଣାମେଣ୍ଟରେ ରହିଥିଲେ ଟିମ୍ ଇଣ୍ଡିଆର କ୍ୟାପଟେନ।

ସେପଟେ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ ପାଇଁ ଟିମ୍ ଇଣ୍ଡିଆରେ ହୋଇଛି ବଡ ପରିବର୍ତ୍ତନ । ବହୁତ ଦିନ ଧରି ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଶ୍ରେୟସ ଆୟରଙ୍କୁ ସିରିଜ ପାଇଁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ଏସିଆ କପ୍ 2025ର ଫାଇନାଲ ପୂର୍ବରୁ ଆହତ ହୋଇଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ଣ୍ଣ ଫିଟନେସ୍ ଅଭାବରୁ ଚୟନ ପାଇଁ ଉପଲବ୍ଧ ନଥିଲେ। ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ODI ସିରିଜ ପାଇଁ ଦଳରେ ସାମିଲ କରାଯାଇ ନାହିଁ । ସେପଟେ ମହମ୍ମଦ ସିରାଜ ବୋଲିଂ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ।

ଅନ୍ୟ ଦିଗରେ ଅର୍ଶଦୀପ ସିଂହ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ମଧ୍ୟ ଚୟନ କରାଯାଇଛି। ଏପରିକି ହର୍ଷିତ ରାଣା ମଧ୍ୟ ODI ଦଳରେ ସାମିଲ ଅଛନ୍ତି। ODI ସିରିଜ ପାଇଁ କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର ଏବଂ ଅକ୍ଷର ପଟେଲଙ୍କୁ ଚୟନ କରାଯାଇଛି। ।