ଅଗଷ୍ଟରେ ଜିମ୍ବାୱେ ଗସ୍ତରେ ଯିବ ରୋହିତ ସେନା!

ତେବେ ସିନିୟର କ୍ରିକେଟରମାନେ କେବଳ ବଡ ବଡ ସିରିଜରେ ଭାଗ ନେଉଛନ୍ତି…

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ଏହାପରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ଏହାପରେ ଅଗଷ୍ଟ ମାସରେ ଜିମ୍ବାୱ୍ୱେ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପାଇଁ ଗସ୍ତ କରିପାରେ ଟିମ ଇଣ୍ଡିଆ । ତେବେ ମ୍ୟାଚର ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ପ୍ରଶ୍ନ ଉଠୁଛି ଏହି ସିରିଜ ପାଇଁ ମଧ୍ୟ ଟିମ ଇଣ୍ଡିଆକୁ ନୂଆ ଅଧିନାୟକ ମିଳିବ । ଚଳିତ ବର୍ଷ ଭାରତ ମୋଟ ୬ ଜଣ ଅଧିନାୟକ ପାଇଛି । ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ ରାହୁଲ, ଋଷଭ ପନ୍ତ, ହାଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମରାହ ଭାବରେ ୬ ଜଣ ପାଇଥିବା ବେଳେ ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଶିଖର ଧୱନଙ୍କୁ ଦାୟିତ୍ୱ ଦିଆଯାଇଛି ।

ତେଣୁ ଜିମ୍ବାୱେ ବିପକ୍ଷରେ ଭାରତ ଆଉ ଜଣେ ଅଧିନାୟକ ଦେଇପାରେ ବୋଲି ଆଶା କରାଯାଉଛି । ତେବେ ସିନିୟର କ୍ରିକେଟରମାନେ କେବଳ ବଡ ବଡ ସିରିଜରେ ଭାଗ ନେଉଛନ୍ତି । ଜିମ୍ବାୱେ ଗସ୍ତରେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମରାହ ଭଳି ସିନିୟର ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ସୂଚନା ମିଳିଛି ।