୧୦ ହଜାର ରନ କ୍ଲବରେ ରୋହିତ ଶର୍ମା

ମୁମ୍ବାଇ ଇଣ୍ଡିଆନସ ଅଧିନାୟକ ରୋହିତ ଶର୍ମା ୧୦ ହଜାର…..

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନସ ଅଧିନାୟକ ରୋହିତ ଶର୍ମା ୧୦ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି । ଭାରତୀୟ ଦଳର ଅଧିନାୟକ ଏହି ମାଇଲଖୁଣ୍ଟ ଛୁଇଁବାରେ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ଭାରତୀୟ । ରୋହିତ ୩୬୨ ମ୍ୟାଚରୁ ୧୦ ହଜାର ରନ ପୂରଣ କରିଥିଲେ । ତାଙ୍କ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗା?ଲୋରର ପୂର୍ବତନ ଅଧିନାୟକ କୋହଲି ଏହି କ୍ଲବ୍‌ରେ ସାମିଲ ହୋଇସାରିଥିଲେ । ସେହିପରି ଏହି ଫଟାଫଟ ଫର୍ମାଟ୍‌ରେ ୧୦ ହଜାର ରନ୍‌ କ୍ଲବରେ କ୍ରିସ ଗେଲ୍‌, ସୋଏବ ମଲ୍ଲିକ, କାଇରନ ପୋଲାର୍ଡ, ଆରୋନ ଫିଞ୍ଚ୍‌, ବିରାଟ କୋହଲ ଓ ଡେଭିଡ ୱାର୍ଣ୍ଣର ଦ୍ୱିତୀୟରୁ ଷଷ୍ଠ ସ୍ଥାନରେ ରହିଛନ୍ତି ।