ଅଗ୍ରୱାଲଙ୍କ ଶତକ ସତ୍ତ୍ୱେ ମ୍ୟାଚ ଜିତିଲା ରାଜସ୍ଥାନ

ସାରଜାହ: ୨୦ ଓଭରରେ ୨୨୩ ରନ କରି ବି ମ୍ୟାଚ ହାରିଲା କିଂଗ୍ସ ଏକାଦଶ ପଞ୍ଜାବ। ୩ଟି ବଲ ବାକି ଥାଇ ମ୍ୟାଚକୁ ଜିତି ନେଇଛି ରାଜସ୍ଥାନ ରୟାଲସ। ଭରପୁର ରୋମାଞ୍ଚ ସହ ଶେଷ ହୋଇଛି ଚଳିତ ଆଇପିଏଲର ନବମ ମୁକାବିଲା।

ସଞ୍ଜୁ ସାମସନଙ୍କ ଧୂଆଁଦାର ୮୫, ରାହୁଲ ତେବାଟିଆଙ୍କ ୫୩ ଏବଂ ଅଧିନାୟକ ସ୍ମିଥଙ୍କ ୫୦ ରନ ସହାୟତାରେ ରାଜସ୍ଥାନ ୨୨୩ ରନର ଲକ୍ଷ ହାସଲ କରିଛି। ବିଶେଷ କରି ସେଲଡନ କଟ୍ରେଲଙ୍କ ଗୋଟିଏ ଓଭରରେ ୫ଟି ଛକା ମାରି ମ୍ୟାଚକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ତେବାଟିଆ।