୨୦୦ ୱିକେଟ୍‌ ନେଇ ଇତିହାସ ରଚିଲେ ସାମି

ସେଞ୍ଚୁରିୟନ : ଭାରତୀୟ ଦଳର ପେସ୍‌ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟରେ ଇତିହାସ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ ସାମି ୫ଟି ୱିକେଟ ଅକ୍ତିଆର କରିବା ସହ ଭାରତର ପଞ୍ଚମ ପେସ ବୋଲର ଭାବେ ସାମି ୨୦୦ ୱିକେଟ ଅକ୍ତିଆର କରିଛନ୍ତି । ଅନ୍ୟପକ୍ଷରେ ଭାରତୀୟ ପେସ ବୋଲରଙ୍କ ମଧ୍ୟରେ କପିଳ ଦେବ ୪୩୪, ଜାହିର ଖାନ୍‌ ୩୧୧, ଈଶାନ୍ତ ଶର୍ମା ୩୧୧, ଜଭଗଲ ଶ୍ରୀନାଥ ୨୩୬ ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ।