ସାଙ୍ଗକାରାଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲୀୟ କ୍ରିକେଟର

ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ ସ୍ମିଥ ଏକ ବଡ ରେକର୍ଡର ଭାଗୀଧାରୀ ହୋଇଛନ୍ତି । ଷ୍ଟିଭ ସ୍ମିଥ ୮ ହଜାର ଟେଷ୍ଟ ରନ ପୂରଣ କରିବାରେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଏହି ରେକର୍ଡ ହାସଲ କରିଛନ୍ତି ଷ୍ଟିଭ ସ୍ମିଥ । ସ୍ମିଥ ତାଙ୍କ କ୍ୟାରିୟରର ୮୫ ତମ ମ୍ୟାଚ ଏବଂ ୧୫୧ ତମ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି । ଏହାସହ ସେ ଶ୍ରୀଲଙ୍କା କ୍ରିକେଟର କୁମାର ସାଙ୍ଗକାରାଙ୍କ ରେକର୍ଡକୁ ଟପିଛନ୍ତି । ସାଙ୍ଗାକାରା ୧୫୨ ତମ ଇନିଂସରେ ଏହି ରେକର୍ଡ କରିଥିଲେ । ଏହା ସହିତ ୮ ହଜାରରୁ ଅଧିକ ଟେଷ୍ଟ ରନ କରିବାରେ ସ୍ମିଥ ବିଶ୍ୱର ୩୩ ତମ ଏବଂ ଅଷ୍ଟ୍ରେଲିଆର ସପ୍ତମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।