ଦିଲ୍ଲୀ କ୍ୟାପିଟାଲ୍ସରେ ସେନ୍ ୱାଟସନ୍

ନୂଆଦିଲ୍ଲୀ: ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ ଆଇପିଏଲ୍ । ଚଳିତବର୍ଷ ୧୦ଟି ଟିମ୍ ରହିଥିବାରୁ ଏଥରର ଆଇପିଏଲ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି । ଆଉ ଏହାରି ଭିତରେ ସବୁ ଦଳ ଅଭ୍ୟାସ ଆରମ୍ଭ କରିଥିବା ବେଳେ ମ୍ୟାଚ୍ ପାଇଁ ରଣନୀତି ପ୍ରସ୍ତୁତି କରୁଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ସେନ୍ ୱାଟସନ୍ । ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେନ୍ ୱାଟସନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ କୋଚ୍ ଭାବେ ନିଯୁକ୍ତି ମିଳିଛି । ତେବେ ପୂର୍ବରୁ ରିକି ପଣ୍ଟି ଦିଲ୍ଲୀ ଦଳର ହେଡ୍ କୋଚ୍ ଦାୟିତ୍ୱ ନେଇଥିବା ବେଳେ, ଅଜିତ ଅଗରକର, ପ୍ରବୀଣ ଆମରେ ଆସିଷ୍ଟାଣ୍ଟ କୋଚ୍ ରହିଛନ୍ତି । ସେହିପରି ଜେମ୍ସ ହୋପ୍ସ ଦଳର ବୋଲିଂ କୋଚ୍ ରହିଛନ୍ତି ।