ବିରାଟଙ୍କୁ ନେଇ ଶାସ୍ତ୍ରୀଙ୍କ ବଡ ବୟାନ

ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମୟ ବର୍ତ୍ତମାନ ଖରାପ….

ମୁମ୍ୱାଇ : ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମୟ ବର୍ତ୍ତମାନ ଖରାପ ଚାଲିଛି । ବିରାଟ କୋହଲି ଲଗାତର କ୍ରିକେଟ ପ୍ରେମୀଙ୍କୁ ନିରାଶ କରି ଚାଲିଛନ୍ତି । ସେହିପରି ଏପରିକି ସେ ଭାରତୀୟ ଟ-୨୦ରୁ ମଧ୍ୟ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଅନ୍ୟପକ୍ଷରେ କୋହଲିଙ୍କ ଫର୍ମକୁ ନେଇ ବସିସିଆଇ ଓ ଚୟନକର୍ତ୍ତାକୁ ବି ଚିନ୍ତାରେ ପକାଇଛି । ସୂଚନାଯୋଗ୍ୟ ଯେ, ଆଇପିଏଲ ସରିବା ପରେ ଦକ୍ଷିଣ ଆଫ୍ରିକା ସହ ଟିମ ଇଣ୍ଡିଆ ଟି-୨୦ ସିରିଜ ଖେଳିବ । ଅନ୍ୟପଟେ କୋହଲିଙ୍କୁ ନେଇ ପରାମର୍ଶ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାତ୍ସୀ । ଶାସ୍ତ୍ରୀ କହିଛନ୍ତି ଯେ ବିରାଟଙ୍କ ପ୍ରଦର୍ଶନ ତାଙ୍କୁ ବ୍ୟଥିତ କରିଛି । ବିରାଟ ଲଗାତର କ୍ରିକେଟ ଖେଳିଚାଲିଛନ୍ତି । ତେଣୁ ବିରାଟ କୋହଲି କ୍ରିକେଟରୁ କିଛି ସମୟ ବିଶ୍ରାମ ନେବା ତାଙ୍କ ପାଇଁ ଏକ ଭଲ ବିକଳ୍ପ ହେବ ବୋଲି କହିଛନ୍ତି । ଶାସ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିରାଟ କୋହଲି ଆହୁରି ୬-୭ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍‌ ଜାରି ରଖିବାକୁ ବର୍ତ୍ତମାନ ଆଇପିଏଲରୁ ଓହରି ଯିବା ଉଚିତ ହେବ ବୋଲି କହିଛନ୍ତି ଶାସ୍ତ୍ରୀ ।