ଟିମ ଇଣ୍ଡିଆକୁ ଝଟକା: ଏସିଆ କପ ଖେଳିବେନି ଏହି ଷ୍ଟାର ଖେଳାଳି
ଏହାପରେ ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚରୁ ମଧ୍ୟ ସେ ବାଦ ପଡିଛନ୍ତି….
ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୨୪ରୁ ଏସିଆ କପ-୨୦୨୨ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଆୟୋଜନ କରାଯିବ । କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିପାରେ ଏକ ଶକ୍ତ ଝଟକା । ଦଳର ଷ୍ଟାର ପ୍ଲେୟର ଏସିଆ କପରୁ ବାଦ ପଡିପାରନ୍ତି ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ, ଗତ ଭାରତ-ସାଉଥ ଆଫ୍ରିକା ଟି-୨୦ ସିରିଜ ପୂର୍ବରୁ ଅଘାତ ପାଇ ଦଳରୁ ବାଦ ପଡିଥିଲେ କେ.ଏଲ ରାହୁଲ । ଏହାପରେ ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚରୁ ମଧ୍ୟ ସେ ବାଦ ପଡିଛନ୍ତି । ତେବେ ରିପୋର୍ଟ ଅନୁଯାୟୀ ରାହୁଲଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ୬-୧୨ ସପ୍ତାହ ପର୍ଯ୍ୟନ୍ତ ଲାଗିପାରେ । ତେବେ ଏମିତି ହେଲେ ଏସିଆ କପ-୨୦୨୨ରେ ସ୍ଥାନ ପାଇବା ତାଙ୍କ ପାଇଁ ଅସମ୍ଭବ ହୋଇପଡିବ । ତେବେ ଆହତ ପରେ ଜର୍ମାନୀରେ ତାଙ୍କ ଅପରେସନ ସଫଳତାର ସହ ଶେଷ ହୋଇଥିବା ସୂଚନା ମିଳିଛି ।