ଆସନ୍ତା ବର୍ଷରୁ ଦ.ଆଫ୍ରିକା ଟି-୨୦ ଲିଗ

କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସଏ) ଆସନ୍ତାବର୍ଷ ନୂଆ ଟି-୨୦ ଲିଗ ଟୁର୍ଣ୍ଣାମେଣ୍ଟ ଆରମ୍ଭ…

ମୁମ୍ବାଇ : କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସଏ) ଆସନ୍ତାବର୍ଷ ନୂଆ ଟି-୨୦ ଲିଗ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯାଉଛି । ୨୦୨୩ ଜାନୁଆରୀରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଆଇପିଏଲ୍‌ ଫ୍ରାଞ୍ଚାଇଜ ମାଲିକମାନେ ଏଥିରେ ଭାଗ ନେବାକୁ ଥିବା ୬ଟି ଯାକ ଦଳକୁ କିଣିଥିବା ଜଣାପଡ଼ିଛି ।

ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗସ, ଲକ୍ଷେ୍ନø ସୁପରଜାଏଣ୍ଟସ, ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ମାଲିକ ଦଳ କିଣିଛନ୍ତି । ମିଳିଥିବା ସୂଚନା ମୁତାବକ, ସୁପର କିଙ୍ଗ୍‌ସ ଜୋହାନ୍ସବର୍ଗ ଦଳ କିଣିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟାଉନ, ସନରାଇଜର୍ସ ପୋର୍ଟ ଏଲିଜାବେଥ, ଲକ୍ଷେ୍ନø ଡରବାନ, ରାଜସ୍ଥାନ ପାର୍ଲ ଏବଂ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ପ୍ରିଟୋରିଆ ଦଳ କ୍ରୟ କରିଛି । ସିଏସୟଏ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ବିଷୟ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଚଳିତ ସପ୍ତାହରେ ଫ୍ରାଞ୍ଚାଇଜ ଗୁଡ଼ିକର ନାମ ଘୋଷଣା କରାଯିବ ।