ଦୁବାଇ: ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ଶୋଚନୀୟ ପରାଜୟ ପରେ କେହି ବି କଳ୍ପନା କରିପାରିନଥିଲେ ଶ୍ରୀଲଙ୍କା ଏସିଆ କପ୍ କ୍ରିକେଟ -୨୦୨୨ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିବ। ଅନିଶ୍ଚିତତାର ଖେଳ କ୍ରିକେଟରେ ସବୁ ସମ୍ଭବ ବୋଲି ପୁଣି ଥରେ ଶ୍ରୀଲଙ୍କା ପ୍ରମାଣିତ କରି ଦେଖାଇଛି। ଦାସୁନ ସନକାଙ୍କ ନେତୃତ୍ବାଧିକ ଶ୍ରୀଲଙ୍କା ଅପ୍ରତ୍ୟାଶିତ ଭାବେ ପ୍ରତ୍ୟାବର୍ତ୍ତନ କରି ଏସିଆ କପ୍ -୨୦୨୨ ଜିତିବାରେ ସଫଳ ହୋଇଛି।
ଶ୍ରୀଲଙ୍କା ଲିଗ୍ ପର୍ଯ୍ୟାୟରେ ଆଫଗାନିସ୍ତାନ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ୨ ୱିକେଟରେ ପରାସ୍ତ କରି ସୁପର-୪ରେ ପହଞ୍ଚିଥିଲା। ସୁପର-୪ରେ ଦଳ ଚମକ ଦେଖାଇଥିଲା। ଦଳ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଭାରତକୁ ୬ ୱିକେଟରେ ଓ ୩ୟ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ଫାଇନାଲରେ ଦଳ ୨୩ରନରେ ପାକିସ୍ତାନକୁ ପରାସ୍ତ କରି ଚମ୍ପିଆନ ହୋଇଛି।