ଦ୍ୱିତୀୟ ଟେଷ୍ଟ ଜିତିଲା ଶ୍ରୀଲଙ୍କା

ମ୍ୟାଚରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୩୭୮ ରନ କରିଥିଲା….

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଓ ପରେ ପାକିସ୍ତାନ କ୍ରିକେଟ ଟିମ ଶ୍ରୀଲଙ୍କା ଗସ୍ତ କରିଛି । ପ୍ରଥମେ ଅଷ୍ଟ୍ରେଲିଆକୁ ମାତ ଦେଇଥିବା ଶ୍ରୀଲଙ୍କା ଏବେ ପାକିସ୍ତାନକୁ ସିରିଜର ଦ୍ୱିତୀୟ ମ୍ୟାଚରେ ୨୪୬ ରନରେ ପରାସ୍ତ କରିଛି । ଉଭୟ ଦଳ ମଧ୍ୟରେ ଟେଷ୍ଟ ୧- ୧ରେ ଡ୍ର ହୋଇଯାଇଛି । ମ୍ୟାଚର ଦ୍ୱିତୀୟ ଇନିଂସରେ ପାକିସ୍ତାନ ଅଧିନାୟକ ବାବର ଆଜମ ଦଳକୁ ଜିତାଇବା ପାଇଁ ପୁରା ଜୋର ଲଗାଇ ଦେଇଥିଲେ । କିନ୍ତୁ ଶ୍ରୀଲଙ୍କା ସ୍ପିନରଙ୍କ ଉପରେ ଭାରି ପଡିଥିଲେ । ମ୍ୟାଚରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୩୭୮ ରନ କରିଥିଲା । ଜବାବରେ ପାକିସ୍ତାନ ୨୩୧ ରନରେ ଅଲଆଉଟ ହୋଇଯାଇଥିଲା । ଦ୍ୱିତୀୟ ପାଳିରେ ଶ୍ରୀଲଙ୍କା ୩୬୦ ରନ କରି ପାକିସ୍ତାନକୁ ୫୦୮ ରନର ଟାର୍ଗେଟ ଦେଇଥିଲା । ହେଲେ ପାକିସ୍ତାନ ୨୬୧ ରନରେ ଅଲଆଉଟ ହୋଇଯାଇଥିଲା ।