ନୂଆଦିଲ୍ଲୀ: ଆନ୍ତର୍ଜାତିକ ଟି-୨୦ କ୍ରିକେଟ୍ ଫର୍ମାଟ୍ରେ ଦ୍ରୁତତମ ଶତକ ରେକର୍ଡ ତାଲିକାର ଶୀର୍ଷକୁ ଚାଲି ଯାଇଛନ୍ତି ନାମିବ୍ୟା ବ୍ୟାଟ୍ସ ମ୍ୟାନ୍ ଜନ୍ ନିକୋଲ ଲାଫ୍ଟୀ-ଇଟନ୍ । ୩୩ଟି ବଲରୁ ୧୧ଟି ଚୌକା ଓ ୮ଟି ଛକା ବଳରେ ଜନ୍ ନିକୋଲ ରୋମାଂଚକ ୧୦୧ ରନ୍ ହାସଲ କରି ନେପାଳ କ୍ରିକେଟର କୁଶଲ ମଲ୍ଲଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ।
କୌତୁହଳର ବିଷୟ ହେଉଛି, ନେପାଳ ବିପକ୍ଷରେ ନିକୋଲ ଐତିହାସିକ ରେକର୍ଡ ଲାଭ କରିଛନ୍ତି । ନିକୋଲଙ୍କ ଶତକ ବଳରେ ନାମିବ୍ୟା ଚାରୋଟି ୱିକେଟ୍ ହରାଇ ୨୦୬ ରନ୍ କରିଥିଲା ।