ଟି-୨୦ ସିରିଜ: ନଜରରେ ୫ ଭାରତୀୟ ଖେଳାଳି

ଏହି ସିରିଜ୍‌ରେ ଭାରତ ତରଫରୁ ଖେଳିବାକୁ ଥିବା ୫ଜଣ କ୍ରିକେଟରଙ୍କ ଉପରେ ସମସ୍ତଙ୍କ ନଜର ରହିବ…

ନୂଆଦିଲ୍ଲୀ : ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ମଧ୍ୟରେ ଖେଳାଯିବ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ । ଏହି ସିରିଜରେ ଭାରତୀୟ ଦଳର ୫ଜଣ କ୍ରିକେଟରଙ୍କ ଉପରେ ସମସ୍ତଙ୍କ ନଜର ରହିଛ । ଆସନ୍ତା ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ । ଏଥିନିମନ୍ତେ ବିସିସିଆଇ ଏହି ସିରିଜ୍‌ରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିଙ୍କ ପ୍ରଦର୍ଶନ ପରଖିବାକୁ ଯୋଜନା ରଖିଛି । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆସନ୍ତା ୯ରେ ଖେଳାଯିବ । ଏହି ସିରିଜ୍‌ରେ ଭାରତ ତରଫରୁ ଖେଳିବାକୁ ଥିବା ୫ଜଣ କ୍ରିକେଟରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଦିନେଶ କାର୍ତ୍ତିକ ଓ ଅନ୍ୟ ଖେଳାଳିଙ୍କ ଉପରେ ବିସିସିଆଇ ନଜର ରଖିବ ବୋଲି ଜଣାପଡିଛି ।