ଟି୨୦ ବିଶ୍ବକପ : ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ

ଆଫଗାନିସ୍ତାନର ଏହି ବିଶାଳ ବିଜୟରେ ନ୍ୟୁଜିଲାଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ଆଫଗାନିସ୍ତାନ ପପୁଆ ନ୍ୟୁ ଗିନିକୁ ପରାସ୍ତ କରିବା ସହ ନ୍ୟୁଜିଲାଣ୍ଡ ସୁପର-୮ ମୁକାବିଲାରୁ ବାଦ୍ ପଡ଼ିଛି । ଚଳିତ ସିଜନରେ ୩ଟି ମ୍ୟାଚରୁ ୬ ପଏଣ୍ଟ ଏବଂ ୪.୨୩୦ ରନ୍ ରେଟ୍ ସହ ସୁପର-୮କୁ ପଦାର୍ପଣ କରିଛି ଆଫଗାନିସ୍ତାନ । ପପୁଆ ନ୍ୟୁ-ଗିନି ପ୍ରଥମେ ବ୍ୟାଟିଂ କରି ୯୫ ରନ୍ କରିଥିବା ବେଳେ ଆଫଗାନିସ୍ତାନ ୩ ୱିକେଟ ହରାଇ ଏହି ମ୍ୟାଚକୁ ୧୫.୧ ଓଭରରେ ବିଜୟ ହାସଲ କରିଛି । ଗୁଲବଦିନ ନାଏବଙ୍କ ୪୯ ରନର ଦମଦାର ବ୍ୟାଟିଂ ବଳରେ ଏହି ବିଜୟ ହାସଲ କରିଛି ଆଫଗାନିସ୍ତାନ ।