ଟି୨୦ ବିଶ୍ବକପ୍‌ : ପାକିସ୍ତାନକୁ ହରାଇଲା ଆମେରିକା

ନୂଆଦିଲ୍ଲୀ : ବାବର ଆଜମ୍‌ ଓ ସଦ୍ଦାବ ଖାଁଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୭ ୱିକେଟ୍‌ରେ ୧୫୯ ରନ୍‌ କରିଥିଲା। ଚଳିତ ବିଶ୍ବକପ୍‌ରେ ମଧ୍ୟ ଏହା ଥିଲା ପ୍ରଥମ ବିପର୍ଯ୍ୟୟ। ସୁପର୍ ଓଭରରେ ମହମ୍ମଦ ଆମିରଙ୍କ ବିପକ୍ଷରୁ ଆମେରିକା ୧୮ ରନ୍ ସଂଗ୍ରହ କରି ନେଇଥିଲା।

ଏହା ମଧ୍ୟରେ ୩ ୱାଇଡ୍ ସାମିଲ ଥିଲା। ଜବାବରେ ଭାରତୀୟ ବଂଶୋଦ୍ଭବ ସୌରଭ ନେତ୍ରଭଲକରଙ୍କ ବିପକ୍ଷରେ କିନ୍ତୁ ପୂର୍ବତନ ବିଜେତା ପାକିସ୍ତାନ ଦଳ ୧୩ ରନ୍ ସଂଗ୍ରହ କରି ୫ ରନ୍‌ରେ ହାରିଯାଇଛି। ଏହି ବିଜୟ ସହିତ ଆମେରିକା ୨ରୁ ୨ ବିଜୟ ସହ ମଧ୍ୟ ଗ୍ରୁପ୍‌ ଏ’ର ଶୀର୍ଷ ସ୍ଥାନ ଦଖଲ କରିଛି।