ଟେଲରଙ୍କୁ ଗାର୍ଡ ଅଫ ଅନର

ହାମିଲଟନ : ଆୟର୍ଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ନ୍ୟୁଜିଲାଣ୍ଡ ୩-୦ରେ ମୂଳପୋଛ ଭାବେ ଜିତି ମହାନ ବ୍ୟାଟର୍‌ ରସ ଟେଲରଙ୍କୁ ଭାବବିହ୍ୱଳ ବିଦାୟ ଜଣାଇଛି । ୩୮ ବର୍ଷୀୟ ଟେଲରଜ ଗତ ଜାନୁଆରି ମାସରେ ନିଜର ଶେଷ ତଥା ୧୧୨ତମ? ଟେଷ୍ଟ୍‌ ଖେଳିଥିଲେ । ସୋମବାର ହାମିଲଟନର ସେଡନ୍‌ ପାର୍କରେ ଟେଲର୍‌ ନିଜ ୨୩୬ତମ ଦିନିକିଆ ଖେଳିଥିଲେ । ସାଥି ଖେଳାଳିମାନେ ଧାଡି ହୋଇ ଜାତୀୟ ସଂଗୀତ ଗାଇବା ବେଳେ ଟେଲର୍‌ ଭାବ ବିହ୍ୱଳ ହୋଇ ପଡିଥିଲେ ।

ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ସମସ୍ତ ଫର୍ମାଟରେ ନ୍ୟୁଜିଲାଣ୍ଡ ପାଇଁ ୪୫୦ ମ୍ୟାଚ ଖେଳିଥିବା ଟେଲର ୧୬ ବର୍ଷେ ତଳେ ପଦାର୍ପଣ କରିଥିଲେ । ଟେଲରଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟ ଏକ ସା ମୋଆ ନେକଲେସ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟପକ୍ଷରେ ବିଦାୟୀ ମ୍ୟାଚ ପୂର୍ବରୁ ଟେଲରଙ୍କୁ ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ ପ୍ରମୁଖଙ୍କ ସହ ଆଇସିସି ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।