ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଇଂଲଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଟିମ୍ ….

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ଟିମ୍ ସେମିଫାଇନାଲରେ ପ୍ରବେଶ କରିଛି । ଶନିବାର ଭାରତ ପ୍ରଥମ ସେମିରେ ଇଂଲଣ୍ଡକୁ ଭେଟିବ । ଏହି ମୁକାବିଲା ଭାରତୀୟ ସମୟାନୁସାରେ ଦିନ ୩ଟା ୩୦ରେ ଖେଳାଯିବ । ଯଦି ଭାରତ ଏହି ମ୍ୟାଚରେ ବିଜୟୀ ହୁଏ ତେବେ ଇତିହାସ ରଚିବ । ଏହାସହ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ କରିବ । ଫାଇନାଲରେ ପରାସ୍ତ ହେଲେ ଦଳକୁ ରୁପାରେ ସନ୍ତୁଷ୍ଟ ହେବାକୁ ପଡିବ । ତେବେ ହରମନପ୍ରିତ କୌରଙ୍କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ପାଖରେ ସୁନା ଜିତିବାର ବଡ ସୁଯୋଗ ରହିଛି । ଏଥିପାଇଁ ଭାରତକୁ ଏବେ ଆଉ ମାତ୍ର ଦୁଇଟି ମ୍ୟାଚ୍ ଜିତିବାକୁ ହେବ ।