ଟି-୨୦ ବିଶ୍ୱକପ-୨୦୨୪: ଭାରତ-ପାକିସ୍ତାନ ମ୍ୟାଚ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଜୁନ୍ ୧ ତାରିଖରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୪ । ତେବେ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଅପେକ୍ଷା କରି ରହିଛନ୍ତି କ୍ରିକେଟ ଫ୍ୟାନ୍ସ । କିନ୍ତୁ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଏହି ମ୍ୟାଚକୁ ନେଇ ଆସିଛି ବଡ଼ ଖବର ।

ଭାରତ-ପାକିସ୍ତାନ ମ୍ୟାଚ ଉପରେ ଆତଙ୍କୀ ଆକ୍ରମଣ ହେବାର ଆଶଙ୍କା ଦେଖା ଦେଇଛି । ସୁରକ୍ଷା ବଢାଇବାକୁ ନ୍ୟୁୟର୍କର ରାଜ୍ୟପାଳ କ୍ୟାଥି ହୋଚୁଲ୍‌‌ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇସିସି ମଧ୍ୟ କହିଛି ସୁରକ୍ଷା ହେଉଛି ଆମର ପ୍ରଥମ ପ୍ରାଥମିକତା ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯାଇପାରିବ ନାହିଁ । ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମଧ୍ୟରେ ଜୁନ୍‌‌ ୯ରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ନେଇ ଆଇଏସ୍‌‌ ଧମକ ଦେଇଛି। ଧମକ ପରେ ସୁରକ୍ଷା ବ୍ୟବସ୍ଥା ପୁନଃ ଯାଞ୍ଚ କରାଯାଉଛି ।