ଚିନ୍ତା ବଢାଇଛନ୍ତି ଭାରତୀୟ କ୍ରିକେଟ ଦଳର ୩-ଷ୍ଟାର ଖେଳାଳି

ମାତ୍ର ଏହି ରଣନୀତିରେ ସବୁଠୁ ଦୁର୍ବଳତା ୩-ଷ୍ଟାର ଖେଳାଳି ସାଜିଛନ୍ତି…

ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୨ରେ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲେ ହେଁ ଭାରତୀୟ କ୍ରିକେଟ ଦଳର ୩-ଷ୍ଟାର ଖେଳାଳି ଚିନ୍ତା ବଢାଉଛନ୍ତି । ରୋହିତ ଶର୍ମା ଅଧିନାୟକ ହେବା ପରେ ଭାରତୀୟ ଦଳ ଏବେ କେବଳ ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳୁଛି । ମାତ୍ର ଏହି ରଣନୀତିରେ ସବୁଠୁ ଦୁର୍ବଳତା ୩-ଷ୍ଟାର ଖେଳାଳି ସାଜିଛନ୍ତି । ଅର୍ଥାତ ରୋହିତ ଶର୍ମା, କେଏଲ ରାହୁଲ ଏବଂ ବିରାଟ କୋହଲି ୩ ଷ୍ଟାର କ୍ରିକେଟର ଖରାପ ଫର୍ମ ଦେଇ ଗତି କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିପକ୍ଷରେ ଏହି ୩-ଷ୍ଟାର ଖେଳାଳି ହିଁ ସବୁଠୁ ବଡ ନିରାଶ କରିଥିଲେ । ୫୩ ରନ ସ୍କୋରରେ ଭାରତର ଟପ୍‌-୩ ବ୍ୟାଟସମ୍ୟାନ ପାଭିଲିୟନ ଫେରିଥିଲେ । ଭାରତର ବ୍ୟାଟିଂ ସଂପୂର୍ଣ୍ଣ ଭାବେ ଟପ୍‌-୩ଙ୍କ ଉପରେ ନିର୍ଭର ଥିଲା । ଏହାପରେ ମଧ୍ୟକ୍ରମ ବ୍ୟାଟସମ୍ୟାନ ଆସିବା ମାତ୍ରେ ଧୂଆଁଧାର ବ୍ୟାଟିଂ କରି ପାରୁଥିଲେ । ମାତ୍ର ଟପ୍‌-୩ ଭାରତର ମୁସ୍କିଲ ବଢାଇଛନ୍ତି ।