ୟୁଏଇରେ ହୋଇପାରେ ଏସିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟ!

ଶ୍ରୀଲଙ୍କାରେ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜନୈତିକ ଅସ୍ଥିରତା ଲାଗି ରହିଛି…

ନୂଆଦିଲ୍ଲୀ : ଏସିଆ କପ୍‌ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରୁ ୟୁଏଇକୁ ସ୍ଥାନାନ୍ତରିତ ହୋଇପାରେ । ଏଭଳି ସୂଚନା ଦେଇଛନ୍ତି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସମ୍ପାଦକ ମୋହନ ଡିସିଲଭା । ଶ୍ରୀଲଙ୍କାରେ ସଙ୍କଟ ସୃଷ୍ଟି ହୋଇଥିବାବେଳେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଏଭଳି ସ୍ଥିତିରେ ଶ୍ରୀଲଙ୍କାରେ ଏସିଆ କପ ଆୟୋଜନ କରିବା ଅସମ୍ଭବ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତରିତ କରିବା ନେଇ ଯୋଜନା କରିଛି । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୨୬ରୁ ସେପ୍ଟେମ୍ବରରୁ ୧୧ ପର୍ଯ୍ୟନ୍ତ ଆୟୋଜିତ ହେବାବେଳେ ୬ଟି ଦଳ ଅଂଶଗ୍ରହଣ କରିବା ନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି । ସେହିପରି ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ଖୁବଶୀଘ୍ର ଏସିଆ କପ ଟି-୨୦ ଟୁର୍ଣ୍ଣାମେଣ୍ଟ ନେଇ ସ୍ଥାନ ଘୋଷଣା ହେବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି ।