ବିସିସିଆଇ ପାଖରେ ନାହାନ୍ତି ପଞ୍ଚମ ସିଲେକ୍ଟର

ରିପୋର୍ଟ ଅନୁସାରେ, ବିସିସିଆଇର ଅଧିକାରୀ କହିଛନ୍ତି ଯେ, ଗତ ୫ ମାସ ହେବ ଖୁବ ବ୍ୟସ୍ତଭରା ରହିଥିଲା….

ନୂଆଦିଲ୍ଲୀ : ଗତ ଦୁଇ ଦଶକରେ ବିସିସିଆଇ ନୂତନ ସଫଳତାକୁ ହାସଲ କରିଛି । କିନ୍ତୁ ସବୁଠାରୁ ଅଧିକ ଆଶ୍ଚର୍ଯ୍ୟର କଥା ଯେ, ଭାରତ ପାଖରେ ଗତ ୫ ମାସରେ ପଞ୍ଚମ ସିଲେକ୍ଟର ନାହାନ୍ତି । ବିସିସିଆଇ କେବଳ ୪ ଜଣ ସିଲେକ୍ଟର୍ସଙ୍କ କମିଟି ଦ୍ୱାରା କାମ ଚଳାଉଛି । ବିସିସିଆଇ ପାଖରେ ଗତ ୫ ମାସ ହେବ ପଞ୍ଚମ ସିଲେକ୍ଟର ନାହାନ୍ତି । ଫେବୃଆରୀ ୨୦୨୨ ରେ ଆବେ କୁରୁଭିଲା ନିଜ ପଦବୀରୁ ଇସ୍ତଫା ଦେବାପରେ ବିସିସିଆଇର ଜଣେ ସିଲେକ୍ଟରକୁ ମଧ୍ୟ ଖୋଜିପାରିନି । ସେବେଠାରୁ ବିସିସିଆଇ କେବଳ ୪ ଜଣ ଚୟନକର୍ତ୍ତା ସିଲେକ୍ସନ କରୁଛନ୍ତି । ପଞ୍ଚମ ସିଲେକ୍ଟରଙ୍କ ବିନା ଏହି ୪ ଜଣ ଟିମକୁ ଚୟନ କରୁଛନ୍ତି ।

ଏହି ସ୍ଥିତି ସେବେଠାରୁ ରହିଛି, ଯେତେବେଳେ ବିସିସିଆଇ ସବୁଠାରୁ ଧନୀ କ୍ରିକେଟ ବୋର୍ଡ ରହିଛି । ରିପୋର୍ଟ ଅନୁସାରେ, ବିସିସିଆଇର ଅଧିକାରୀ କହିଛନ୍ତି ଯେ, ଗତ ୫ ମାସ ହେବ ଖୁବ ବ୍ୟସ୍ତଭରା ରହିଥିଲା । ଆଇପିଏଲ ୨୦୨୨, ମିଡିଆ ରାଇଟସ ଟେଣ୍ଡର ଓ ଅନ୍ୟ ଟୁର୍ଣ୍ଣାମେଣ୍ଟ ମାମଲା ବୋର୍ଡକୁ ବ୍ୟସ୍ତ ରଖିଛି । ଆମେ ଆଶା ରଖିଛୁ ଯେ, ଏସିଆ କମ ଓ ଟି-୨୦ ବିଶ୍ୱକପ ଟିମର ଚୟନ ପୂର୍ବରୁ ପଞ୍ଚମ ସିଲେକ୍ଟର୍ସଙ୍କ ନିଯୁକ୍ତି ହୋଇଯାଉ ।