ବିସିସିଆଇ ନଜର ଏବେ ତିନି ଷ୍ଟାର କ୍ରିକେଟରଙ୍କ ଉପରେ

ରୋହିତ ଶର୍ମା, କେଏଲ ରାହୁଲ ଏବଂ ବିରାଟ କୋହଲି ଚୂଡାନ୍ତ ଏକାଦଶରେ ରହିବା ନିଶ୍ଚିତ….

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱ କପ ପାଇଁ ଭାରତୀୟ ଦଳର ଟପ ଅର୍ଡର ସ୍ଥିର ହୋଇ ନାହିଁ । ତେବେ କେଏଲ ରାହୁଲ ଏବଂ ରୋହିତ ଶର୍ମା ଦଳ ପକ୍ଷରୁ ଓପନିଂ କରିବେ ଏବଂ କୋହଲି ନମ୍ବର ୩ରେ ବ୍ୟାଟିଂ କରିବେ । ହେଲେ ନିକଟ ଦିନରେ ତିନି ବ୍ୟାଟସମ୍ୟାନଙ୍କ ଷ୍ଟ୍ରାଇକ ରେଟ ସେମିତି ପ୍ରଭାବଶାଳୀ ରହିନାହିଁ । ଦି ଏମିତି ଅବସ୍ଥା ଲାଗିରହେ ତେବେ ଚୟନକର୍ତ୍ତାଙ୍କୁ ଏହି ଖେଳାଳିଙ୍କ ସହ କଥା ହେବାକୁ ପଡିପାରେ । ଭାରତୀୟ ଦଳ ୨୦୦୭ ପରଠୁ ଟି-୨୦ ବିଶ୍ୱ କପ ଜିତି ନାହିଁ । ଇଶାନ କିଷନ ଓପନିଂ ବ୍ୟାଟସମ୍ୟାନ ଭାବେ ପ୍ରବଳ ଦାବିଦାର ଅଛନ୍ତି । ସେହିପରି ଚୟନକର୍ତ୍ତାଙ୍କ ପାଇଁ ଟି-୨୦ ବିଶ୍ୱ କପର ଦଳ ଚୟନ ସହଜ ରହିବ ନାହିଁ ।

ରୋହିତ ଶର୍ମା, କେଏଲ ରାହୁଲ ଏବଂ ବିରାଟ କୋହଲି ଚୂଡାନ୍ତ ଏକାଦଶରେ ରହିବା ନିଶ୍ଚିତ । ତିନି ବ୍ୟାଟସମ୍ୟାନ ନିଜ ଖେଳରେ ଉନ୍ନତି ଆଣିବାର ପର୍ଯ୍ୟାପ୍ତ ଅନୁଭବ ରହିଛି । ସେମାନେ ଟି-୨୦ ଦଳରେ ଦ୍ରୁତ ଗତିରେ ରନ କରିବା ଜାଣିଛନ୍ତି । ଯଦି ଖେଳାଳିଙ୍କ ଫର୍ମକୁ ନେଇ ଆଲୋଚନା ହୁଏ ତେବେ ଏହାର ସମାଧାନ କରିବାକୁ ପଡିବ । ଚୟନକର୍ତ୍ତା ଏବଂ ଦଳ ପ୍ରବନ୍ଧକଙ୍କୁ ଖେଳାଳିଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବାକୁ ପଡିବ ।