ବିରାଟଙ୍କ ଫର୍ମ ନେଇ ଭାଷ୍ୟକାର ଅଧିକ ପ୍ରତିକ୍ରିୟାଶୀଳ ହେଉଛନ୍ତି: ଗ୍ରେମ ସ୍ୱାନ

ଏହାରି ମଧ୍ୟରେ କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ଗ୍ରେମ ସ୍ୱାନ…

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ବଢୁଛ । ଲଗାତାର ଭାବେ ନୈରାଜନକ ପ୍ରଦର୍ଶନ ଜାରି ରଖିଛନ୍ତି କୋହଲି । ଇଂଲଣ୍ଡ ବିପକ୍ଷ ମ୍ୟାଚର ପ୍ରଥମ ଇନିଂସରେ ବିରାଟ ମାତ୍ର ୧୧ରନ କରି ଆଉଟ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ବି ଫେଲ ମାରିଥିଲେ । ମାତ୍ର ୨୦ ରନ କରିବାକୁ ସକ୍ଷମ ହୋଇଥିଲେ । କୋହଲିଙ୍କ ଖରାପ ଫର୍ମକୁ ନେଇ କିଛି ଦିନ ହେଲା ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏହାରି ମଧ୍ୟରେ କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର ଗ୍ରେମ ସ୍ୱାନ ।

ସେ କହିଛନ୍ତି ଭାରତୀୟ କମେଣ୍ଟେଟର ମାନେ ଅନେକ ସମୟରେ କୋହଲିଙ୍କ ପ୍ରତି କଡା ଆଭିମୁଖ୍ୟ ଦେଖାନ୍ତି ଏବଂ ତାଙ୍କର ଫର୍ମକୁ ନେଇ ଆଲୋଚନା କରିବା ଆରମ୍ଭ କରିଦିଅନ୍ତି । ଏଜବେଷ୍ଟନ ଟେଷ୍ଟର ଦ୍ୱିତୀୟ ଇନିଂସରେ ବେନ ଷ୍ଟୋକସ କୋହଲିଙ୍କୁ ଆଉଟ କରିଥିଲେ । ଯାହାକି ଏକ ଅନପ୍ଲେବଲ ବଲ ଥିଲା । ଯାହାର କି ସାମ୍ନା କରିବା ମୁସ୍କିଲ ଥିଲା ।